ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠୁ ଦୁଇଦିନିଆ ବିଦେଶ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଶନିବାର ଦିନ କୁଏତରେ ପହଞ୍ଚିବା ପରେ ପ୍ରଥମେ ସେ କୁଏତ ସରକାର ଆୟୋଜିତ କରିଥିବା ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ସମ୍ବୋଧନରେ ପିଏମ ମୋଦି କତାରରେ ରହୁଥିବା ଭାରତୀୟଙ୍କ ପାଇଁ କତାର ମିଡିଲ ଇଷ୍ଟର ମିନି ହିନ୍ଦୁସ୍ଥାନ ହୋଇପାରିଛି ବୋଲି କହିଥିଲେ।
ପ୍ରାୟ ୨-୨.୫ ଘଣ୍ଟା ପୂର୍ବରୁ ମୁଁ କତାରରେ ପହଞ୍ଚିଲି। ଏଠାରେ ପାଦ ଦେବା ପରଠୁ ମତେ ଚାରିଆଡେ ଅସାଧରଣ ଭାବନା ଓ ଉସ୍ମତା ପରିଲକ୍ଷିତ ହୋଇଥିଲା। ଆପଣ ମାନେ ଭାରତର ଅନେକ ରାଜ୍ୟରୁ ଏଠାକୁ ଆସିଛନ୍ତି। କିନ୍ତୁ ଆପଣଙ୍କୁ ଦେଖିଲା ପରେ ମତେ ଏଠାରେ ଏକ ମିନି ହିନ୍ଦୁସ୍ଥାନ ଦେଖାଯାଉଛି ବୋଲି ନିଜ ଉଦବୋଧନରେ ପିଏମ ମୋଦି କହିଥିଲେ।
ହାଲା ମୋଦି କାର୍ଯ୍ୟକ୍ରମ କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇନଡୋର ସ୍ପୋର୍ଟ୍ସ କମ୍ଲେକ୍ସରେ ସଂଗଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋଦି ଭାରତ ଓ କୁଏତର ଐତିହାସିକ ସମ୍ବଦ୍ଧକୁ ମନେପକେଇଥିଲେ। ଉନବିଂଶ ଶତାବ୍ଦୀରୁ ଦୁଇଦେଶ ମଧ୍ୟରେ ବାମିଜ୍ୟିକ ସମ୍ପର୍କ ରହିଥିଲା ବୋଲି ମୋଦି କହିଥିଲେ।
ଗୁଜରାଟରେ ଥିବା ଆମ ପୂର୍ବଜ ମାନେ କୁଏତୀ ବ୍ୟବସାୟି ମାନଙ୍କଠୁ ଅନେକ କିଛି ଶିଖିଛନ୍ତି ବୋଲି କୁହନ୍ତି। କୁଏତୀ ବ୍ୟବସାୟି ମାନେ ସେମାନଙ୍କ ବିଶ୍ୱ ପ୍ରସିଦ୍ଧ ମୋତିକୁ ଆଣି ଆମ ବଜାରରେ ବିକ୍ରୟ କରୁଥିଲେ। ଆମେମାନେ ସେମାନଙ୍କଠୁ ଘୋଡା ସହ ଅନେକ କିଛି ପଣ୍ୟ ଦ୍ରବ୍ୟ କିଣାକିଣି କରୁଥିଲୁ। ଏଣୁ ଦୁଇ ଦେଶ ମଧ୍ୟରେ ବହୁ ପୂର୍ବରୁ ସମ୍ପର୍କ ରହିଛି ବୋଲି ପିଏମ ମୋଦି କହିଥିଲେ।
ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଭାବେ ୪୩ ବର୍ଷ ପରେ ମୁଁ ଏଠାକୁ ଆସି ପହଞ୍ଚି ଥିବାରୁ ବହୁତ ଖୁସି ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭାରତ ପାଖରେ ଥିବା କୌଶଳ, ଜ୍ଞାନ, ଉଦଭାବନ ଓ ମାନବ ଶକ୍ତି ନୂଆ କୁଏତ ଗଠନରେ ସହାୟକ ହେବ ବୋଲି ସେ କହିଥିଲେ। କୋଭିଡ-୧୯ ସମୟରେ ଭାରତରେ ଅକ୍ସିଜେନର ଘୋର ଅଭାବ ଦେଖାଯାଇଥିଲା। ସେହି ସମୟରେ କୁଏତ ଭାରତକୁ ସହାୟତା ପ୍ରଦାନ କରି ଅକ୍ସିଜେନ ସପ୍ଲାଏ କରିଥିବାରୁ ପିଏମ ମୋଦି କତାରକୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ପ୍ରଥମ ମିଡିଲ ଇଷ୍ଟ ଗ୍ରସ୍ତ। ଏହି ଗ୍ରସ୍ତରେ ପିଏମ ମୋଦି କୁଏତର ଶାସକ, କ୍ରାଉନ ପ୍ରିନ୍ସ ଓ କୁଏତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ ଗଲ୍ଫ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।